ଫେୟାର ପ୍ଲେ କମିଟିର ସଦସ୍ୟ ଅପରାଜିତା

ଭୁବନେଶ୍ୱର,୭।୫(ସ୍ପୋଟର୍‌ସ ବ୍ୟୁରୋ): ସର୍ବଭାରତୀୟ ଚେସ୍‌ ସଂଘ ଫେୟାର ପ୍ଲେ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ଓ ଆର୍ବିଟର ଅପରାଜିତା ଗୋଛିକାର। ସର୍ବଭାରତୀୟ ଚେସ୍‌ ଫେଡେରେଶନ ପକ୍ଷରୁ ଗଠିତ ଏହି କମିଟିରେ ଅପରାଜିତାଙ୍କ ସମେତ ଚାରିଜଣ ସଦସ୍ୟ ରହିଛନ୍ତି। ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡ୍‌ରେ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଫେୟାର ପ୍ଲେ ଏକ୍ସପର୍ଟ ନର୍ମ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।