ଠିକ୍‌ ସମୟରେ ମିଳିଲାନି ଦରମା, କର୍ମଚାରୀ ଫୋନ୍‌ ଭାଙ୍ଗିବା ପରେ ଆପଲ ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୧୯ା୧୨: ବିଶ୍ୱର ସର୍ବୋତ୍ତମ ବୈଷୟିକ କମ୍ପାନୀ ମଧ୍ୟରେ ଥିବା ଓ୍ବିଷ୍ଟ୍ରନ କମ୍ପାନୀ ଦରମା ନ ଦେବାରୁ କର୍ମଚାରୀମାନେ ଫୋନ୍‌ ଭାଙ୍ଗିବା ପରେ ଆପଲ କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତରଫରୁ କୁହାଯାଇଛି ଯେ, ବର୍ତ୍ତମାନ ତାଇଓ୍ବାନ କମ୍ପାନୀକୁ ଦିଆଯାଇଥିବା ଚୁକ୍ତିଗୁଡ଼ିକର ସମୀକ୍ଷା କରାଯାଉଛି। ଯେପର୍ଯ୍ୟନ୍ତ ଓ୍ବିଷ୍ଟ୍ରନ୍‌ କର୍ପୋରେଶନ କର୍ମଚାରୀଙ୍କ ବେତନ ସ୍ଥିର ନ କରିଛି, ସେ ପର୍ଯ୍ୟନ୍ତ କୌଣସି ନୂତନ ଚୁକ୍ତିନାମା ଦିଆଯିବ ନାହିଁ।

ଆପଲ କମ୍ପାନୀ ଦ୍ୱାରା ଜାରି ଏକ ବିବୃତ୍ତିରେ, ଆପଲ ଅଡିଟ ପରେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, କର୍ନାଟକର ଓ୍ବିଷ୍ଟ୍ରନ ପ୍ଲାଣ୍ଟରେ ହୋଇଥିବା ହିଂସା ପରେ ଯୋଗାଣକାରୀ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।

ଡିସେମ୍ବର ୧୨ରେ ହୋଇଥିବା ଚୁକ୍ତିରେ ନିଯୁକ୍ତ ଶ୍ରମିକମାନେ ଓ୍ବିଷ୍ଟ୍ରନ୍‌ କାରଖାନାର କେତେକ ଶ୍ରମିକ ଏପରିକି ଆଇଫୋନ ସହିତ ସେଠାକୁ ଯାଇଥିଲେ। ଏହା ଦ୍ୱାରା ଓ୍ବିଷ୍ଟ୍ରନକୁ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇ କାରଖାନା ବନ୍ଦ କରିବାକୁ ବାଧ୍ୟ କଲା।

ଆପଲ କହିଛି ଯେ, ଅକ୍ଟୋବର ଏବଂ ନଭେମ୍ବରରେ କିଛି କର୍ମଚାରୀଙ୍କ ଦରମା ବିଳମ୍ବ ହେତୁ ଓ୍ବିଷ୍ଟ୍ରନ ପରିଚାଳନାରେ ବିଫଳ ହୋଇଥିଲା।

ଭାରତରେ କମ୍ପାନୀର ବ୍ୟବସାୟର ତଦାରଖ କରୁଥିବା ଶ୍ରମିକମାନଙ୍କୁ ଠିକ୍‌ ସମୟରେ ଦରମା ନ ଦେବାରୁ ଶନିବାର କର୍ନାଟକର ନରସାପୁରାସ୍ଥିତ ପ୍ଲାଣ୍ଟରୁ ଏହାର ଜଣେ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦିଆଯାଇଛି। ଆପଲ କହିଛି, ସଂଶୋଧନ କାର୍ଯ୍ୟ ଉପରେ ଓ୍ବିଷ୍ଟ୍ରନ ନଜର ରଖିବ। ଶ୍ରମ ଏଜେନ୍ସିର ପରିଚାଳନା ପାଇଁ ଆମେ କେତେକ ପ୍ରକ୍ରିୟା ଲଗାଇଛୁ। ବର୍ତ୍ତମାନ ଦେୟ ପ୍ରକ୍ରିୟାକୁ ମଜଭୁତ ଏବଂ ନବୀକରଣ କରିବାର ଆବଶ୍ୟକତା ରହିଛି ବୋଲି ଆପଲ କହିଛି।