ପୁରୁଷୋତ୍ତମପୁର,୧୩ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ଡଃ ଦୀପକ କୁମାର ମିଶ୍ର ନିଜର କର୍ମମୟ ଜୀବନରେ ସମାଜରେ ବାସ୍ତବ ଭାବରେ ଘଟିଚାଲିଥିବା ବିଭିନ୍ନ ପ୍ରକାରର ଘଟଣାବଳୀ ଓ ପ୍ରକୃତିର ଘଟଣାବଳୀକୁ ନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ କବିତା ସଂକଳନ ରଚନା କରିଛନ୍ତି। ଏହି କବିତା ଦ୍ବାରା ଜନସାଧାରଣଙ୍କ ମଧ୍ୟରେ କିପରି ସଦ୍ଭାବନାର ଚିନ୍ତନ ଆସିଆପାରିବ ସେଥିନେଇ ଲେଖାମାନ ପ୍ରସ୍ତୁତ ହୋଇଛ।ଏହି ସଂକଳନ ପୁସ୍ତିକାଟି ‘ଅପାଦଯାତ୍ରା’ ନାମରେ ରହିଥିବା ବେଳେ ଏହା ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ଦ୍ବାରା ଗୁରବାର ଲୋକାର୍ପିତ ହୋଇଛି। ଏହି ଅବସରରେ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ପୁସ୍ତକଟି ପାଠକଙ୍କୁ ବେଶ୍ ଆଦୃତ ହୋଇପାରିବ ବୋଲି ଡଃ ମିଶ୍ର ଆଶା ରଖିଛନ୍ତି। ଏହା ତାଙ୍କର ଚତୁର୍ଥ ପୁସ୍ତକ ଓ ତୃତୀୟ କବିତା ସଂକଳନ ଅଟେ। ଡଃ ଦୀପକ କୁମାର ମିଶ୍ର ପେସାରେ ଜଣେ ପୋଲିସ ଅଫିସର ହୋଇଥିବା ବେଳେ ନିଶାରେ ଜଣେ ସାହିତି୍ୟକ, ଗାଳ୍ପିକ ଓ କବି ଅଟନ୍ତି।