Categories: Home Leftଖେଳ

ବିରାଟ କୋହଲିଙ୍କ ଶତକରେ ପ୍ରେମ ବର୍ଷା କଲେ ଅନୁଷ୍କା ଶର୍ମା, ଏଭଳି ପ୍ରତିକ୍ରିୟା ଦେଇ ଜିତିଲେ ସମସ୍ତଙ୍କ ହୃଦୟ

ନୂଆଦିଲ୍ଲୀ,୩।୧୨: ବିରାଟ କୋହଲି ତାଙ୍କର ୫୩ତମ ODI ଶତକ ହାସଲ କରିଛନ୍ତି। ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ODIରେ ସେ ଏହି ସଫଳତା ହାସଲ କରିଛନ୍ତି। ଏହା ବିରାଟଙ୍କ ୮୪ତମ ଅନ୍ତର୍ଜାତୀୟ ଶତକ ମଧ୍ୟ। ସେ ଦ୍ୱିତୀୟ ODIରେ ୯୯ବଲରେ ତାଙ୍କର ଶତକ ପୂରଣ କରିଛନ୍ତି। କୋହଲି କ୍ରମାଗତ ତୃତୀୟ ମ୍ୟାଚରେ ୫୦କିମ୍ବା ତା’ଠାରୁ ଅଧିକ ରନ କରିଛନ୍ତି, ଏବଂ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ।

ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କଏହି ଐତିହାସିକ ଇନିଂସରେ ଏକ ପ୍ରେମପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିରାଟ କୋହଲିଙ୍କ ଶତକ ପାଳନର ଏକ ଫଟୋ ଶେୟାର କରି ଏକ ହାର୍ଟ ଇମୋଜି ସହିତ ନିଜର ଖୁସି ପ୍ରକାଶ କରିଛନ୍ତି। ଏହା ଉଲ୍ଲେଖନୀୟ ଯେ ODI କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟଙ୍କ ଏହା ୭ମ ଶତକ।

Dharitri – The Largest & Most Trusted Odia Daily