ଶ୍ରମିକ ବିରୋଧୀ ନୀତି ପ୍ରତିବାଦ: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨।୨(ସୁନିଲ କୁମାର ମହାନ୍ତି): କେନ୍ଦ୍ରୀୟ ଟ୍ରେଡ ୟୁନିଅନ ତରଫରୁ ଦିଆଯାଇଥିବା ସର୍ବଭାରତୀୟ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲାରେ ଗୁରୁବାର ବନ୍ଦ ପାଳନ ସଫଳ ହୋଇଛି। ୟୁନାଇଟେଡ ଟ୍ରେଡ ୟୁନିୟନ ଅଫ ବଲାଙ୍ଗୀରର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ର,ଏଆଇଡିଏସଓର ସୁନୀଲ ଭୋଇ, ଏଆଇଟିୟୁସିର କୃଷ୍ଣଚନ୍ଦ୍ର ସାହୁ, କୃଷ୍ଣ ପ୍ରଧାନ ଓ ଭାରତୀୟ କିଷାନ ୟୁନିଅନର ସୌରୀ କୁମାର ସାହୁଙ୍କ ନେତୃତ୍ୱରେ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ ଚାଷୀ ମାରଣ ନୀତିକୁ ଦୃଢ ବିରୋଧ କରାଯାଇଛି। ଆଜି ସକାଳୁ ଟ୍ରେଡ ୟୁନିଅନ ସଦସ୍ୟମାନେ ବିଭିନ୍ନ ସରକାରୀ ଅଫିସ, ଡାକଘର, ବ୍ୟାଙ୍କ, ବୀମା ପ୍ରତିଷ୍ଠାନ, ସ୍କୁଲ, କଲେଜ, ଗାଡ଼ିମଟର, ରେଳ ଚଳାଚଳ ବନ୍ଦ କରାଯାଇଛି। ଆଜିର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି।

 

Dharitri – Odisha’s No.1 Odia Daily