ଆମେରିକାରେ ତେଜୁଛି ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ୍‌,୨୧ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍‌ ଯୁଦ୍ଧ ନୀତି ବିରୋଧରେ ଶନିବାର ଓ୍ବାଶିଂଟନ୍‌, ନ୍ୟୁୟର୍କ ଓ ଶିକାଗୋ ସମେତ ଦେଶର ବିଭିନ୍ନ ସହରରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ବାହାରେ ବିକ୍ଷୋଭକାରୀ ଟ୍ରମ୍ପ୍‌ ପ୍ରଶାସନ ବିରୋଧୀ ଓ ଆପ୍ରବାସୀ ସପକ୍ଷବାଦୀ ସ୍ଲୋଗାନ୍‌ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀରେ ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରଠୁ ଅଦ୍ୟାବଧି ୨ ଲକ୍ଷ ଲୋକଙ୍କୁ ସରକାରୀ ଚାକିରିରୁ ଛଟେଇ କରିସାରିଲେଣି।

Share