‘ଦୁର୍ନୀତି ମୁକ୍ତ ଭାରତ ଗଠନ ଲାଗି ନେଲେ ଶପଥ’

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଭାପତି ଅରୁଣ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଓ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ସବିତାଞ୍ଜଳି ନାୟକ ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ସୁରେନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ ରଥ ଯୋଗ ଦେଇଥିଲେ। ଜନସାଧାରଣଙ୍କୁ ଦୁର୍ନୀତି ହଟାଇବା ଲାଗି ସଚେତନତା କରାଇଥିଲେ। ଏଥିସହ ଯେକୌଣସି କାର୍ଯ୍ୟ ଲାଗି କୌଣସି ବିଭାଗୀୟ କାର୍ଯ୍ୟାଳୟକୁ ଗଲେ କାହାରିକୁ ଲାଞ୍ଚ ନ ଦେବା ଲାଗି ପରାମର୍ଶମାନ ଦେଇଥିଲେ। ସମସ୍ତେ ଦୁର୍ନୀତି ମୁକ୍ତ ଭାରତ ଗଠନ ଲାଗି ଶପଥ ନେଇଥିଲେ।

Dharitri – Odisha’s No.1 Odia Daily

Share