ଓ୍ବାଶିଂଟନ୍,୨୬।୧: ଆମେରିକାର ମେନ ରାଜ୍ୟର ବାଙ୍ଗୋର୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର୍ ୬୦୦ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ମୋଟ ୮ ଜଣ ଲୋକ ଏଥିରେ ଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଘଟଣା ପରେ FAA ଏବଂ NTSB (ଜାତୀୟ ପରିବହନ ସୁରକ୍ଷା ବୋର୍ଡ) ତୁରନ୍ତ ତଦନ୍ତ ଆରମ୍ଭ କରିଛନ୍ତି।
ଖରାପ ପାଗକୁ ମଧ୍ୟ ଦୁର୍ଘଟଣାର ଏକ ସମ୍ଭାବ୍ୟ କାରଣ ଭାବରେ ବିବେଚନା କରାଯାଉଛି। FAA ଘଟଣାର ନିଶ୍ଚିତ କରି କହିଛି ଯେ, ବାଙ୍ଗୋର୍ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ସମୟରେ ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର୍ ୬୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। FAA ଏବଂ NTSB ମିଳିତ ଭାବରେ ଘଟଣାର ତଦନ୍ତ କରୁଛନ୍ତି।