ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି କୁକୁଟାରୁ ଉଡ଼ାଣ ଭରିବା ପରେ ଓକାନା ଅଭିମୁଖେ ଯାଉଥିବା ସମୟରେ ଉଡ଼ାଣ ଭରିବାର କିଛି ମିନିଟ ପରେ ଏହି ଦୁର୍ଘଟଣା ଘଟିଥିଲା।

ସରକାରୀ ଏବଂ ବିମାନ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ Beechcraft 1900D ଥିଲା, ଏଥିରେ ୧୩ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ। ମୃତକଙ୍କ ମଧ୍ୟରେ ସଂସଦର ଜଣେ ସଦସ୍ୟ ଏବଂ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ବିଧାୟକ ପ୍ରାର୍ଥୀ ଥିଲେ।

 

Dharitri – Odisha’s No.1 Odia Daily

 

Share