BRISBANE, AUSTRALIA - JANUARY 15: Navdeep Saini of India leaves the field for medical attention during day one of the 4th Test Match in the series between Australia and India at The Gabba on January 15, 2021 in Brisbane, Australia. (Photo by Bradley Kanaris/Getty Images)
ବ୍ରିସ୍ବେନ୍,୧୬।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଆଉ ଜଣେ ଖେଳାଳି ଆହତ ହୋଇ ପଡିଆ ବାହରକୁ ଯାଇଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ ଯୁବ ଦ୍ରୁତ ବୋଲର ନବଦୀପ ସଇନୀ ପ୍ରଥମ ଦିବସରେ ବୋଲିଂ କରିବା ଅବସରରେ ଆହତ ହୋଇଛନ୍ତି। ନିଜର ଅଷ୍ଟମ ତଥା ଦଳର ୩୬ତମ ଓଭରର ପଞ୍ଚମ ବଲ୍ ପକାଇବା ପରେ ୨୮ ବର୍ଷୀୟ ସଇନୀ ଆଉ ବୋଲିଂ କରିପାରି ନ ଥିଲେ। ଓଭରର ବାକି ଥିବା ଗୋଟିଏ ବଲ୍କୁ ଉପଅଧିନାୟକ ରୋହିତ ଶର୍ମା ପକାଇଥିଲେ। ସେ ଗ୍ରୋନ୍ ପେନ୍ର ଶିକାର ହୋଇଥିଲେ ଅର୍ଥାତ କୋହ୍ଲାରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା। ସେ ପୁଣି ପଡିଆକୁ ଫେରି ଦଳରେ ସାମିଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସଇନୀ ଗ୍ରୋନ୍ ପେନ୍ର ଶିକାର ହୋଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍ ତାଙ୍କର ଦେଖାଶୁଣା କରୁଛି। ସ୍କାନ ପାଇଁ ତାଙ୍କୁ ନିଆଯାଇଛି।
ଉଲ୍ଲେଖଥାଉ କି, ଏହା ପୂର୍ବରୁ ଭାରତ ଏକାଧିକ ଆଗଧାଡିର ଖେଳାଳିଙ୍କୁ ଇଞ୍ଜୁରି କାରଣରୁ ହରାଇଛି। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆହତ ହୋଇ ଏହି ମ୍ୟାଚ୍ରୁ ବାଦ୍ ପଡିଛନ୍ତି। ସିଡ୍ନୀରେ ସଇନୀ ଟେଷ୍ଟ ପଦାର୍ପଣ କରିଥିଲେ ଓ ୪ ଉଇକେଟ ଅକ୍ତିଆର କରିଥିଲେ।