ANKARA, TURKEY - JUNE 30: In this photo illustration, Chinese flag is displayed on a laptop screen and a symbol of "block" is displayed on a smart phone screen in Ankara, Turkey on June 30, 2020. India bans China-linked apps amid border standoff. Hakan Nural / Anadolu Agency
ନୂଆଦିଲ୍ଲୀ: ଦେଶର ସଂହତି ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ୪୩ ବିଦେଶୀ ମୋବାଇଲ ଆପ୍ଲିକେଶନକୁ ସରକାର ମଙ୍ଗଳବାର ବ୍ୟାନ୍ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କଠୋର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ବ୍ଲକ୍ ହୋଇଥିବା ଆପ୍ଗୁଡିକ ମଧ୍ୟରେ ଆଲାବାବା ଓ୍ବାର୍କବେଞ୍ଚ, ଆଲି ଏକ୍ସପ୍ରେସ, ଆଲିପେ କ୍ୟାଶିଅର, କ୍ୟାମ୍କାର୍ଡ ଏବଂ ଓ୍ବିଡେଟ ଭଳି ଅନ୍ୟ ଆପ୍ ସାମିଲ ରହିଛି। ଏହି କାର୍ଯ୍ୟାନୁଷ୍ଠାନ ନେଇ ଲୋକମାନଙ୍କୁ ଅବଗତ କରାଯାଇଛି। ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେଶନ ସେଣ୍ଟର ଏ ସଂକ୍ରାନ୍ତ ଏକ ବିସ୍ତୃତ ରିପୋର୍ଟ ସରକାର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଜୁନ ୨୯ରେ ପ୍ରଥମେ ୯ ଚାଇନା ଆପ୍ ବିରୋଧରେ ସରକାର ବ୍ୟାନ୍ ଲଗାଇଥିଲେ। ସେହିଭଳି ସେପ୍ଟେମ୍ବର ୨ରେ ଆଉ ୧୧୮ ଆପ୍କୁ ଭାରତରୁ ନିଷେଧ କରାଯାଇଥିଲା। ସୂଚନା ଏବଂ ପ୍ରଯୁକ୍ତି ଆଇନ ଧାରା ୬୯ଏ ଅନୁସାରେ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ବ୍ୟାନ୍ ଆପ୍ ମଧ୍ୟରେ ଆଲି ସପ୍ଲାୟର, ଲାଲା ମୁଭ୍ ଇଣ୍ଡିଆ, ସ୍ନାକ ଭିଡିଓ, କ୍ୟାମ୍ କାର୍ଡ, କ୍ୟାମ୍କାର୍ଡ ବିସିଆର୍,ସୋଲ୍, ଚାଇନିଜ ସୋସିଆଲ, ଡେଟ୍ ଇନ ଏସିଆ, ଓ୍ବି ଡେଟ, ସିଙ୍ଗୋଲ, ଆଡୋର ଆପ୍, ଟ୍ରୁଲି ଚାଇନିଜ, ଟ୍ରୁଲି ଏସିଆନ, ଚାଇନା ଲଭ, ଡେଟ୍ ମାଇଁ ଏଜ୍, ଏସିଆନ ଡେଟ୍ ରହିଛି। ଏହାବାଦ ଫାଷ୍ଟ ଓ୍ବିସ୍, ଟ୍ୟୁବିଟ, ଓ୍ବିଓ୍ବାର୍କ ଚାଇନା, ଫାଷ୍ଟ ଲଭ୍ ଲାଇଭ, ରିଲା, କ୍ୟାଶିୟର ଓ୍ବାଲେଟ, ମ୍ୟାଙ୍ଗୋ ଟିଭି, ଏମ୍ଜି ଟିଭି, ଓ୍ବି ଟିଭି, ଓ୍ବି ଟିଭି ଲାଇଟ୍, ଲକି ଲାଇଭ,ଟାବାଓ ଲାଇଭ, ଡିଂ ଟକ୍, ଆଇଡେଣ୍ଟିଟି ଭି, ଆଇସୋଲାଣ୍ଡ ଟୁ, ବକ୍ସ ଷ୍ଟାର, ହିରୋଜ ଇଭଲ୍ଭ, ହାପି ଫିସ୍, ଜେଲିପପ୍ ମ୍ୟାଚ୍, ମଞ୍ଚକିନ୍ ମ୍ୟାଚ୍ ଏବଂ କନକୁଇଷ୍ଟା ଅନ୍ଲାଇନ ଆପ୍କୁ ବ୍ୟାନ୍ କରାଯାଇଛି।