ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍ ରଞ୍ଜନ କୁମାର ଉଲ୍ଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ ପଢା ସହ କ୍ରୀଡା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆ ପୁରସ୍କାର ବିତରଣ ସଭାରେ ସଭାପତିତ୍ୱ କରିଥିଲେ । ଏହି ପ୍ରତିଯୋଗିତାରେ ୨୬ଟି ଖେଳ ଖେଳାଯାଇଥିଲା । ଏଥିରେ ୧୪୦ରୁ ଊଦ୍ଧର୍ବ ପ୍ରତିଯୋଗୀ କୃତିତ୍ୱ ଅର୍ଜନ କରିଛନ୍ତି। କ୍ରୀଡ଼ା ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ ପ୍ରଫେସର ଅମିତ୍ ମିଶାଲ, ଡକ୍ଟର ରଞ୍ଜନ କୁମାର ନାୟକ ଏବଂ ଶ୍ରୀହର୍ଷ ବାଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ପ୍ରକାଶ କୁମାର ସାହୁ, ସସ୍ମିତା ବେହେରା, ଡକ୍ଟର ସତ୍ୟବାଦୀ ମାର୍ଥା, ଡକ୍ଟର ବାବୁରାମ ପାଣି, କେ. ପ୍ରକାଶ ରେଡ଼ି, ଅଶିନୀ କୁମାର ସାହୁ, ଅକ୍ଷୟ କୁମାର ସେଠୀ, ବନଲତା ସାମଲ ତଥା ଅନୁଷ୍ଠାନ ର ଅଣଶିକ୍ଷକ କର୍ମଚାରୀ ଜ୍ୟୋତ୍ସ୍ନା କର, ମାନସ ସାଗର ବେହେରା, ମହେଶ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସାହୁ, ଏମ. ରମେଶ କୁମାର, ରଙ୍କନିଧି ସାହୁ, ମନୁ ନାୟକ ଏବଂ କ୍ରୀଡ଼ା ସେକ୍ରେଟାରୀ ଓମ ପ୍ରକାଶ ମହାନ୍ତି, ଯୁଗ୍ମ ସେକ୍ରେଟାରୀ ଜଗଦିଶ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।