ଏଏଚ୍‌ଏଲ୍‌ର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬।୫: ଦେଶର ପ୍ରମୁଖ ଅର୍ଥ ଲଗାଣକାରୀ ଘରୋଇ ସଂସ୍ଥା ଆବାନ୍ସ ହୋଲ୍‌ଡ୍ସିଂ ଲିମିଟେଡ୍‌(ଏଏଚ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ସହ ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ବିବିଧ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶନ କରିବା ସହ ଉକ୍ତ ଶିଳ୍ପରେ ଏକ ପ୍ରମୁଖ ସଂସ୍ଥା ଭାବେ ନିଜର ସ୍ଥିତିକୁ ଅଧିକ ଦୃଢ଼ୀଭୂତ କରିଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ୭୦.୩ କୋଟି ଟଙ୍କାର ନେଟ୍‌ ଲାଭ ଉପାର୍ଜନ କରିଛି, ଯାହା ୨୦୨୧-୨୨ ଆର୍ଥିକ ବର୍ଷରେ ହୋଇଥିବା ନେଟ୍‌ ଲାଭ ୬୧.୮ କୋଟି ଟଙ୍କା ତୁଳନାରେ ୧୪% ଅଧିକ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ଅପରେଟିଂ ଲାଭ ପୂର୍ବ ବର୍ଷ ତୁଳନାରେ ୧୫% ବୃଦ୍ଧି ପାଇ ୭୬କୋଟି ଟଙ୍କା ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସଂସ୍ଥାର ବ୍ୟବସାୟିକ ପରିଚାଳନାରୁ ରାଜସ୍ବ ଆୟ ୧,୧୫୦.୯୭ କୋଟି ଟଙ୍କା ହୋଇଛି, ଯାହା ୨୦୨୧-୨୨ ଆର୍ଥିକ ବର୍ଷରେ ହୋଇଥିବା ରାଜସ୍ବ ଆୟ ୬୩୮.୬୨ କୋଟି ଟଙ୍କା ତୁଳନାରେ ୮୦.୨% ଅଧିକ ରହିଛି। ସେହିଭଳି ଉକ୍ତ ସଂସ୍ଥାର ଆୟ ପୂର୍ବ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୮୩% ବୃଦ୍ଧି ପାଇ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ୪୩ କୋଟି ଟଙ୍କା ହୋଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଇପିଏସ୍‌ ଶେୟାର ପିଛା ୧୪.୮୧ ଟଙ୍କା ହୋଇଛି।