ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ସ୍ବାମୀ ଚେତନାନନ୍ଦ ସାରସ୍ବତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ସ୍ବାମୀ ଚେତନାନନ୍ଦ ସରସତୀ ମହାରାଜଙ୍କ ୯୪ ତମ ଜନ୍ମବାର୍ଷିକୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।
ସ୍ବାମୀ ସ୍ବରୁପାନନ୍ଦ ସରସତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ମୁଖ୍ୟଅତିଥି ଭାବେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ମୁଖ୍ୟବକ୍ତା ଭାବେ ଆକାଶବାଣୀର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ଼.ଶାନ୍ତନୁ ରଥ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ କାଉନସିଲର ଦୀପକ କୁମାର ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର, ଅରୁଣ କୁମାର ପଣ୍ଡା ଯୋଗଦେଇଥିଲେ।
ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ବନୋଜ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ର ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ। ଆଚାର୍ଯ୍ୟା ସନ୍ତୋଷୀନି ଗୌଡ଼, ସୁନିତା କୁମାରୀ ପାତ୍ର, ଆଚାର୍ଯ୍ୟ ରବି ନାରାୟଣ ପାଣିଗ୍ରାହୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।