ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ଲାଞ୍ଜିଗଡ଼,୭ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାଣିପଙ୍ଗାସ୍ଥିତ ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବସନ୍ତ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ପିଏ ଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାସ ମୁଖ୍ୟ ଅତିଥି, ଲାଞ୍ଜିଗଡ଼ ସିଏଚ୍‌ସି ଡା. ନରେନ୍ଦ୍ରନାଥ ଦାସ ମୁଖ୍ୟ ବକ୍ତା ଓ ଜିଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାରସିଂ, ମଧୁପୁର ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ, ଛତ୍ରପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରବିନ୍ଦ ପଟ୍ଟନାୟକ, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଯୋଗାଡି ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଛାତ୍ରୀ ସାରାଣୀ ମାଝୀ ଓ ରୀନା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ମାଝୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ହିନ୍ଦୀ ଶିକ୍ଷକ ଯୋଗେଶ୍ୱର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।