ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର: ଜମିଛି ଦୁଇ ଫୁଟ ପାଣି

କର୍ଲାମୁଣ୍ଡା:୮/୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ଦାଣ୍ଡିଭାଜା ଅଙ୍ଗନୱାଡି କେନ୍ଦ୍ର ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ସୂଚନା ମତେ, ପ୍ରବଳ ବର୍ଷା ଯୋଗୁ ଜଳ ନିଷ୍କାସନ ହୋଇ ନ ପାରି କେନ୍ଦ୍ର ସମ୍ମୁଖରେ ଦୁଇ ଫୁଟ ପାଣି ରହିଛି। ଫଳରେ ଛୋଟ ଛୋଟ ଶିଶୁ,ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଏହି କେନ୍ଦ୍ରକୁ ଆସିବାକୁ ଭୟଭୀତ ହେଉଥିବା ଜଣା ପଡ଼ିଛି। ଏନେଇ କେନ୍ଦ୍ରର ଅଙ୍ଗନୱାଡିକର୍ମୀ ଖିତିସୁତା ସାହୁଙ୍କୁ ପଚାରିବାରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା ନ ଥିବାରୁ ବର୍ଷା ସମୟରେ ଏଭଳି ସମସ୍ୟା ସୃଷ୍ଟି ହେଉଛି ଓ ଏଥିପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ପୂର୍ବରୁ ଜଣେଇଛୁ ବୋଲି କହିଥିଲେ। ସରପଞ୍ଚ ଦୀପ୍ତିମୟୀ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ଯଥାଶୀଘ୍ର ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏଣୁ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।