ଭବାନୀପାଟଣା,୧୯ା୩(ଉତ୍ତମ କୁମାର ଦାଶ): ଅଲ ଓଡିଶା ଲେଡିଜ ଅଙ୍ଗନୱାଡି ଆସୋସିଏଶନ ପକ୍ଷରୁ ୬ ଦଫା ଦାବି ନେଇ ଭବାନୀପାଟଣା ସହରରେ ଶୋଭାଯାତ୍ରା କରାଯିବା ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ଇପିଏସ୍ (୯୫) ଅନୁଯାୟୀ ସର୍ବନିମ୍ନ ୫୦୦୦ ଟଙ୍କା ପେନ୍ସନ୍ ବ୍ୟବସ୍ଥା, ଦରମାର ୫୦% ସମେତ ମହଙ୍ଗା ସହାୟତା ପେନ୍ସନ୍ ପ୍ରଦାନ, ଇପିଏଫ ଦରମା ସୀମା ୧୫୦୦୦ ଟଙ୍କାରୁ ୩୦୦୦୦ ଟଙ୍କା ଓ ଇଏସ୍ଆଇସି ଦରମା ସୀମା ୨୧୦୦୦ପରୁ ୪୨୦୦୦ ଟଙ୍କାକୁ ବୃଦ୍ଧି, ସାର୍ବଜନୀନ ସମ୍ପତ୍ତି ବିକ୍ରୟ ତୁରନ୍ତ ବନ୍ଦ କରିବା ଆଦି ଅନ୍ୟତମ।