Categories: Home Leftଖେଳ

କେକେଆର୍‌ ପାଇଁ ଖୁସି ଖବର

ଶାରଜା,୮।୧୦: ପ୍ଲେ-ଅପ୍‌ରେ ପ୍ରାୟତଃ ସ୍ଥାନ ପକ୍କା କରିସାରିଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଏକ ଖୁସି ଖବର। ଆସନ୍ତା ସୋମବାର ହେବାକୁ ଥିବା ଏଲିମିନେଟର ମ୍ୟାଚ୍‌ ଲାଗି ଅଲରାଉଣ୍ଡର ଆନ୍ଧ୍ରେ ରସେଲ ଉପଲବ୍ଧ ହୋଇପାରନ୍ତି। ଏ ନେଇ ସୂଚନା ଦେଇଛନ୍ତି ଦଳର ମେଣ୍ଟର ଡେଭିଡ୍‌ ହସି।

ରସେଲ ଗତ ବୁଧବାର ଫିଟ୍‌ନେସ ଟେଷ୍ଟ ଦେଇଥିଲେ। ମୋତେ ଲାଗୁଛି ଆଗାମୀ କିଛି ଦିନ ମଧ୍ୟରେ ସେ ପ୍ଲେ-ଅପ୍‌ ଲାଗି ଫିଟ୍‌ ହୋଇଯିବେ। ତାଙ୍କ ଉପଲବ୍ଧତା କେବଳ ଆମ ପାଇଁ ନୁହେଁ ପ୍ରତିଯୋଗିତା ପାଇଁ ମଧ୍ୟ ଭଲ। କାରଣ ରସେଲ ଜଣେ ଏଭଳି ବିଶ୍ୱ ସ୍ତରୀୟ ଖେଳାଳି, ଯିଏକି ଏଣ୍ଟରଟେନମେଣ୍ଟ ପ୍ରଦାନ କରନ୍ତି ବୋଲି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ଜିତିବା ପରେ ଡେଭିଡ୍‌ କହିଥିଲେ।