ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) : ଆନ୍ଧ୍ରପ୍ରଦେଶ ବାପତଲା ଜିଲା ବାଲି କୁରାଭା ନିକଟରେ ଥିବା ଏକ ଘରୋଇ ଗ୍ରାନାଇଟ ଖଣିରେ ରବିବାର ପଥର ବିସ୍ଫୋରଣ ଘଟିଥିଲା। ଏଥିରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମର ବନମାଳୀ ବେହେରା(୩୦), ଚଷାନିମଖଣ୍ଡି ଗାଁର ଦଣ୍ଡ ଓରଫ ଦଣ୍ଡପାଣି ବାଡ଼ତ୍ୟା(୪୮),ଧରାକୋଟ ବ୍ଲକ ଓଳମ୍ବା ପଞ୍ଚାୟତ କାସିଆ ନୂଆଗାଁର ସନ୍ତୋଷ ଗୌଡ଼(୩୬),ବାହାଡାଗୁଡ଼ା ଗ୍ରାମର ମୂଷା ଓରଫ ଦୁଃଶାସନ ଜେନା(୪୩)ଥଙ୍କ ସମେତ ଗଜପତି ଜିଲା ମୋହନା ବ୍ଲକ ଢେପା ଗୁଡ଼ା ପଞ୍ଚାୟତ ଅଲୋରା ଗ୍ରାମର ଭାସ୍କର ବିଷୋୟୀ(୪୦),ଟୁକୁନା ଦଳାଇ(୩୭) ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତଦେହ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଭାୟା ଚିକିଟି ଦେଇ ସୋମବାର ପ୍ରାୟ ସାଢେ ୧ ଟାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା। ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ,ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ବିଡ଼ିଓ ଅନାମିକା ପାଣ୍ଡେ,ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ସମେତ ଜିଲା ପ୍ରଶାସନିକ ଅଧିକାରୀ ବୃନ୍ଦ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଏଠାରୁ ସମସ୍ତ ମୃତଦେହ ସତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସମ୍ପୃକ୍ତ ଗ୍ରାମ ଅଭିମୁଖେ ଯାଇଥିଲା।ଦିଗପହଣ୍ଡି ବ୍ଲକ ବାଙ୍ଗରଡ଼ା ଓ ଚଷାନିମଖଣ୍ଡି ଗ୍ରାମରେ ରବିବାର ଠାରୁ ଶୋକାକୁଳ ପରିବେଶ ଲାଗିରହିଥିଲା। ମୃତଦେହ ପହଞ୍ଚିବା ପରେ ଗ୍ରାମରେ ରାଜ୍ୟ ବାଣିଜ୍ୟ , ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ,ଜିଲା ଭାଜପା ସଭାପତି ସରୋଜ ସାବତ,ବିଜୟ ସ୍ବାଇଁ,ପୂର୍ବତନ ସଭାପତି କାହ୍ନୁ ପତି,ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ,ଟୁନା ଚୌଧୁରୀ,ଭବାନୀ ପଣ୍ଡା,ଦୟାନିଧି ନାହାକ,ବାପି ପ୍ରଧାନ ପ୍ରମୁଖ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କ ସମେତ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,କାଉନସିଲର ଦୀପକ କୁମାର ମିଶ୍ର, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ,ପୂର୍ବତନ ସରପଞ୍ଚ ଦିଲ୍ଲୀପ ସେଠୀ,ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼,ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ ପ୍ରମୁଖ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ପରେ ଗାଁ ଶ୍ମଶାନରେ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା।