ତିନି ରାଜଧାନୀ ଆଇନ ପ୍ରସ୍ତାବ ଫେରାଇନେବେ ଆନ୍ଧ୍ରପ୍ରଦେଶ ସରକାର…

ହାଇଦ୍ରାବାଦ,୨୨।୧୧: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ତିନି ରାଜଧାନୀ ଆଇନ ପ୍ରସ୍ତାବକୁ ଫେରାଇ ନିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଶୁଭ୍ରାମନ୍ୟମ ଶ୍ରୀରାମ ଏନେଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ସୂଚନା ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ପକ୍ଷରୁ କୁରନୋଲ୍‌, ଅମରାବତୀ ଏବଂ ବିଶାଖାପଟ୍ଟନମ୍‌କୁ ତିନି ରାଜଧାନୀ ଭାବେ କାର୍ଯ୍ୟକାରୀ କରାଇବାକୁ ଅଣାଯାଇଥିବା ଏକ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା।

ତେବେ ଏହା ବିରୋଧରେ ରାଜ୍ୟର ଚାଷୀମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଏଥିରେ ଅମରାବତୀର ୩୩,୦୦୦ରୁ ଅଧିକ ଚାଷୀ ପରିବାର ଥିଲେ।

ଚାଷୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଓ୍ବାନ ଏହି ମାମଲା ହାଇକୋର୍ଟରେ ଉପସ୍ଥାପନ କରିଥିଲେ।

Share