ରାଇପାହାଡ଼ରେ ଆନ୍ଧ୍ର ନେତା: ଆନ୍ଧ୍ର ଯୋଜନାରେ ସାମିଲ ପାଇଁ ପ୍ରଲୋଭନ

ନନ୍ଦପୁର/ପାଡୁଆ,୬ା୨(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୋଲୁର ପଞ୍ଚାୟତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରପ୍ରଦେଶ ନେତାମାନେ ଗୁରୁବାର ବୈଠକ କରିଛନ୍ତି। ଆନ୍ଧ୍ରର ଡୁମୁରିଗୁଡା ମଣ୍ଡଳ(ବ୍ଲକ) ସିପିଏମ୍‌ ସମ୍ପାଦକ ପାଙ୍ଗି ମୋହନ ଦାସ, ପୂର୍ବତନ ରାଙ୍ଗିଲିସିଙ୍ଗି ପଞ୍ଚାୟତ ସରପଞ୍ଚ କୋରା ଦାସୁ, ରାଙ୍ଗିଲିସିଙ୍ଗି ପଞ୍ଚାୟତ(ସିପିଏମ୍‌) ୟୁନିଟ ଇନଚାର୍ଜ ପାଙ୍ଗି ନାଗେଶ୍ୱର ରାଓ ପ୍ରମୁଖ ଗୁରୁବାର ଗୋଲୁର ପଞ୍ଚାୟତର ଗନ୍ଦିଗୁଡା ଓ ରାଇପାହାଡ଼ ଗ୍ରାମକୁ ଆସି ଗ୍ରାମବାସୀଙ୍କ ସହ ବୈଠକ କରିଛନ୍ତି। ବୁଧବାର କୋରାପୁଟ ଜିଲା ଓ ନନ୍ଦପୁର ବ୍ଲକ୍‌ ପ୍ରଶାସନିକ ଅଧିକାରୀ ରାଇପାହାଡ଼ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ ବୋଲି ସେମାନେ ପ୍ରଲୋଭିତ କରିଛନ୍ତି। ଗୋଲୁର ପଞ୍ଚାୟତ ସମିତିସଭ୍ୟ ଲକ୍ଷ୍ମୀ ମାଟାମ, ସାମାଜିକ କର୍ମୀ ବିରଞ୍ଚି ମାଟାମ ଗନ୍ଦିଗୁଡା ଗ୍ରାମରେ ପହଞ୍ଚି ୩ ଆନ୍ଧ୍ର ନେତାଙ୍କୁ ତାଗିଦା କରିଥିବା ଦେଖିବାକୁ ମିଳିଛି। ଓଡ଼ିଶା ସରକାର, ଜିଲା, ବ୍ଲକ ଓ ପଞ୍ଚାୟତ ପ୍ରଶାସନ ନିଜ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛନ୍ତି। ତମେ କୁଆଡେ ବୋଲି ପ୍ରଶ୍ନ କରିବାରୁ ଆନ୍ଧ୍ର ନେତାମାନେ ଗଁା ଛାଡ଼ି ଚାଲିଯାଇଥିଲେ।

 

Dharitri – Odisha’s No.1 Odia Daily