Categories: Home Leftଖେଳ

କୋହଲିଙ୍କ ପାଇଁ କାଳ

ଲିଡ୍ସ,୨୫।୮ : ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୁଣି ଥରେ ପାଇଁ କାଳ ପାଲଟିଛନ୍ତି ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ। ଏହାକୁ ମିଶାଇ ଟେଷ୍ଟ କ୍ରିକେଟରେ କୋହଲି ୭ମ ଥର ପାଇଁ ଆଣ୍ଡରସନଙ୍କ ଶିକାର ପାଲଟିଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆନ ସ୍ପିନର ନାଥନ ଲିଓନଙ୍କ ସମ୍ମକକ୍ଷ ହୋଇଛନ୍ତି ଦ୍ରୁତ ବୋଲର ଭାବେ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ଆଣ୍ଡରସନ। ତାଙ୍କ ଭଳି ଲିଓନ ମଧ୍ୟ ଟେଷ୍ଟ କ୍ରିକେଟରେ କୋହଲିଙ୍କୁ ୭ ଥର ଆଉଟ୍‌ କରିଛନ୍ତି। ଟେଷ୍ଟ କ୍ରିକେଟରେ କୋହଲିଙ୍କୁ ସର୍ବାଧିକ ଥର ଆଉଟ୍‌ କରିବାରେ ଦୁହେଁ ମିଳିତ ଶୀର୍ଷରେ ଅଛନ୍ତି।