ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘ତୁ ମେରୀ ମେ ତେରା, ମେ ତେରା ତୁ ମେରୀ’ ଫିଲ୍ମ ଆସନ୍ତା ଡିସେମ୍ବର ୩୧ରେ ରିଲିଜ୍ ହେବ। ପୂର୍ବରୁ ଏହି ଫିଲ୍ମ ଫେବୃଆରୀ ୧୩ରେ ରିଲିଜ୍ ହେବ ବୋଲି ଘୋଷଣା ହୋଇଥିଲା। ତେବେ ଫିଲ୍ମଟିକୁ ଦେଢ଼ ମାସ ପୂର୍ବରୁ ଶୀଘ୍ର ରିଲିଜ୍ କରାଯିବ ବୋଲି ଫିଲ୍ମ ନିର୍ମାତା ନିଷ୍ପତ୍ତି ନେଇଛନ୍ତି। ଏନେଇ ଅନନ୍ୟା ଏବଂ କାର୍ତ୍ତିକ ଏକ ଇନ୍ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। କ୍ୟାପ୍ଶନ୍ରେ ଉଭୟେ ଲେଖିଛନ୍ତି, ଚଳିତବର୍ଷର ଶେଷ ଦିନ ଆପଣ ଆମ ସହ ବିତାଇବେ ଏବଂ ନୂଆବର୍ଷ ଆମ ସହ ପାଳିବେ। ସମୀର ବିଦ୍ୱାନ୍ସଙ୍କ ନିର୍ଦ୍ଦେଶିତ ଏବଂ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଅନନ୍ୟା ଏବଂ କାର୍ତ୍ତିକଙ୍କ ବ୍ୟତୀତ ଅଭିନେତା ଜ୍ୟାକି ଶ୍ରଫ୍ ଏବଂ ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ପୂର୍ବରୁ ୨୦୧୯ରେ ରିଲିଜ୍ ହୋଇଥିବା ‘ପତି, ପତ୍ନି ଔର ଓ୍ବ’ ଫିଲ୍ମରେ କାର୍ତ୍ତିକ ଏବଂ ଅନନ୍ୟାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉକ୍ତ ଫିଲ୍ମରେ ଅଭିନେତ୍ରୀ ଭୂମି ପେଡ୍ନାକର ମଧ୍ୟ ନଜରକୁ ଆସିଥିଲେ।