ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଥିବାବେଳେ ମଧୁସ୍ମିତା ଦାଶ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।
ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ସଂଘର ସଦସ୍ୟମାନେ ଅଭିନନ୍ଦନ ଜଣାଇଥିବା ସହ ତାଙ୍କର ଦାୟିତ୍ୱ ପାଳନରେ ସଫଳତା କାମନା କରିଛନ୍ତି। ନୂତନ ସଭାପତି ଓ ସମ୍ପାଦକ ସଂଘର ଉନ୍ନତି, ଓକିଲମାନଙ୍କ ସମସ୍ୟାର ସମାଧାନ ଏବଂ ନ୍ୟାୟ ସେବାକୁ ଆହୁରି ସୁଦୃଢ କରିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।