ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ):ଫୁଲବାଣୀଠାରେ ଅନୁଷ୍ଠିତ ଆନ୍ତଃଜିଲା ଜ୍ଞାନ-ବିଜ୍ଞାନ ମେଳାରେ ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆନନ୍ଦିନୀ ପଣ୍ଡା (ଲୁସି)ତୃତୀୟ ସ୍ଥାନ ପାଇ କୃତିତ୍ୱ ଅର୍ଜନ କରିଛନ୍ତି।
ମାଥମେଟିକାଲ ନୋଟସନ ଉପରେ ଆଧାରିତ ପ୍ରଦର୍ଶନୀରେ ସେ ଗାଣିତିକ ଅଙ୍କ, ଚିହ୍ନ ଓ ସୂତ୍ର ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ବିଦ୍ୟାଳୟ ସହିତ ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଛି l ଆନନ୍ଦିନୀ ଦୁର୍ଗାଦେବୀ ସାହିର ବାସିନ୍ଦା, ମହେନ୍ଦ୍ର ପଣ୍ଡା ଓ ସସ୍ମିତା ପଣ୍ଡାଙ୍କ କନିଷ୍ଠ କନ୍ୟା। ପିଲାଦିନୁ ପାଠପଢାରେ ରୁଚି ରଖୁଥିବା ଆନନ୍ଦିନୀ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ଅନୁଷ୍ଠାନରେ କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ବିଜେତା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଥଲେ l