ଭାରତର ଐତିହାସିକ ବିଜୟରେ ଶତମୁଖ ଆନନ୍ଦ ମହିନ୍ଦ୍ରା: ୬ ଖେଳାଳିଙ୍କୁ ଦେବେ ଏସ୍‌ୟୁଭି କାର

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି । ଭାରତର ଏହି ଐତିହାସିକ ବିଜୟ ପରେ ଖେଳାଳିମାନଙ୍କୁ ବିସିସିଆଇ ୫ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା। ଏବେ ଆନନ୍ଦ ମହିନ୍ଦ୍ରା ଭାରତୀୟ ଖେଳାଳିଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟର ବିଶେଷ ଭୂମିକା ଗ୍ରହଣ କରିଥିବା ୬ ଜଣ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଏସ୍‌ୟୁଭି କାର ଉପହାର ରୂପେ ଦେବାକୁ ଟୁଇଟ୍‌କରି ଜଣାଇଛନ୍ତି। ଆନନ୍ଦ ମହମ୍ମଦ ସିରାଜ, ନଟରାଜନ, ଶାର୍ଦ୍ଦୁଳ ଠାକୁର, ଓ୍ବାଶିଂଟନ୍‌ ସୁନ୍ଦର, ଶୁଭମନ ଗିଲ୍‌ ଏବଂ ନବଦୀପ ସାଇନିଙ୍କ ଭଳି ଯୁବ ଖେଳାଳିଙ୍କୁ ଏହି ଉପହାର ପ୍ରଦାନ କରିବେ।