ବାଇକ୍‌ ଆଗରେ ସ୍ତ୍ରୀ, ପଛରେ ୩୭ ପ୍ଲାଷ୍ଟିକ୍‌ ଚେୟାର: ଫଟୋ ଦେଖି ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ

ଭାରତର ବିଶିଷ୍ଟ ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ଟୁଇଟର୍‌ରେ ପ୍ରେରଣାଦାୟକ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଦମ୍ପତିଙ୍କର ଏକ ଫଟୋ ଶେୟାର କରିଛନ୍ତି। ଭାରତ କାହିଁକି ବିଶ୍ୱରେ ସର୍ବାଧିକ ଦୁଇ ଚକିଆ ଯାନ ଉତ୍ପାଦନ କରେ ସେ ଫଟୋ ମାଧ୍ୟମରେ ବାଖ୍ୟା କରାଯାଇଛି।
ଆନନ୍ଦ ମହିନ୍ଦ୍ରା ଶେୟାର କରିଥିବା ଫଟୋରେ ଦେଖାଯାଉଛି, ଏକ ଦମ୍ପତି ଦୁଇ ଚକିଆ ଗାଡିରେ ଯାଉଛନ୍ତି। ଆଗାରେ ବହୁତ ଶପ ବୋଝ ଅଛି। ଏହା ଉପରେ ସ୍ତ୍ରୀ ବସିଛନ୍ତି। ପଛରେ ୩୭ଟି ପ୍ଲାଷ୍ଟିକ୍‌ ଚେୟାର ବୋଝ ଲଦି ଯାଉଛନ୍ତି। ସେ ଏହି ପୋଷ୍ଟର ସାଙ୍ଗରେ ଥିବା କ୍ୟାପସନରେ ଲେଖିଛନ୍ତି, ଏବେ ଆପଣ ଜାଣୁଥିବେ କି ଭାରତ ଦୁନିଆରେ ସର୍ବାଧିକ ଦୁଇ ଚକିଆ ଯାନ କାହିଁକି ଉତ୍ପାଦନ କରୁଛି? ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।