ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା ଆହତ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପାଚିକା ୨ ଜଣ ହେଲେ ତୁଳଶୀ ବେହେରା ଏବଂ ଚଞ୍ଚଳା ନାୟକ। ରୋଷେଇ ସମୟରେ ପ୍ରେସର କୁକର ଫାଟିବା ଏତେ ଭୟଙ୍କର ଥିଲା ଯେ, ଘରର ଆଜବେଷ୍ଟସ ମଧ୍ୟ ଫାଟି ଯାଇଥିବା ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily