ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଗଲେ ବୃଦ୍ଧବୃଦ୍ଧା, ତା’ପରେ…

ଦେବଗଡ଼,୪।୧୨ (ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ବୃଦ୍ଧା ଗୁରୁତର ହୋଇଛନ୍ତି। ରିଆମାଳ ରେଞ୍ଜ ଜୁରାଡଙ୍ଗା ଗ୍ରାମରେ ଗୋଠ ଛଡା ଦନ୍ତାହାତୀ ଉପଦ୍ରବରେ ଏଭଳି ଘଟଣା ଘଟିଛି। ମତକ ହେଲେ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହୁରୀ ଆଉ ଗୁରୁତର ହେଉଛନ୍ତି ରଜନୀ ବେହେରା। ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Dharitri – The Largest & Most Trusted Odia Daily