ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସେବା ବିଭାଗ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନରେ ଜିଲାସ୍ତରୀୟ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ଶୀର୍ଷକ ଏକ ସଚେତନତା ଶିବିର ବଲାଙ୍ଗୀର ପ୍ରତିମା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପରିଷଦର ପୌରଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିୟ ଅତିଥୀ ଭାବେ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀ ଯୋଗଦେଇଥିଲେ। ନୋଡାଲ ଅଧିକାରୀ ନୀଳାଚଳ ସୁବୁଦ୍ଧି, ଏସବିଆଇର ସହକାରୀ ମହାପ୍ରବନ୍ଧକ ଶିବାନଦ ମିଶ୍ର, ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଉକ୍ତ ଶିବିରରେ ଦୀର୍ଘ ବର୍ଷ ଧରି କାରବାର ହେଉ ନ ଥିବା ବ୍ୟାଙ୍କ ଖାତା କିମ୍ବା ଜମା ରାଶିର ଦାବିହୀନ ଖାତାର ଅର୍ଥ ରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡିକରେ ଖାତାରେ ଜମା ଥିବା ପୁଞ୍ଜି କିପରି ଖାତା ଧାରକ କିମ୍ବା ମୃତ ବ୍ୟକ୍ତିଙ୍କ ପରିବାରବର୍ଗ ଫେରି ପାଇବେ ସେ ଉପରେ ଅତିଥିମାନେ ନିଜ ଅଭିଭାଷଣରେ ଉଦବୋଧନ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ମହିଳl ପୁରୁଷ ଓ SBIର ଗ୍ରାହକ ମାନେ ଯୋଗ ଦେଇଥିଲେ। ଆର୍ଥିକ କ୍ଷେତ୍ରରେ ଦାବୀ କରାଯାଇ ନ ଥିବା ସମ୍ପତିର ଦକ୍ଷ ଓ ଶୀଘ୍ର ବିନିଯୋଗକୁ ସହଜ କରିବା ପାଇଁ ଅକ୍ଟୋବର ମାସରୁ ଏହି ସଚେତନତା ଅଭିଯାନ ଜନସାଧାରଣଙ୍କ ପାଇଁ କରାଯାଉଥିବା ସୂଚନା ଦିଆଯାଇଛି ।