ବ୍ୟବସାୟୀଙ୍କୁ ଗାଡି ଚପାଇ ହତ୍ୟା ଉଦ୍ୟମ, ନିଛାଟିଆ ସ୍ଥାନରେ ହୋଟେଲ ମାଲିକଙ୍କୁ…

ବଲାଙ୍ଗୀର/ଟିଟିଲାଗଡ,୭।୧୦( ସୁନିଲ ମହାନ୍ତି, ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ଜଣେ ହୋଟେଲ ମାଲିକଙ୍କୁ ବୋଲେରୋ ଗାଡି ଚପାଇ ହତ୍ୟା କରିବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ ଦେଖି ଏହି ଅଭିଯୋଗ କରାଯାଇଛି। ଟିଟିଲାଗଡ଼ ବିଡିସିସି ବ୍ୟାଙ୍କ ସମ୍ମୁଖସ୍ଥ ନିଛାଟିଆ ସ୍ଥାନରେ ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସି ହୋଟେଲ ମାଲିକଙ୍କ ସ୍କୁଟିକୁ ଧକ୍କା ମାରିଥିଲା । ଗୁରୁତର ଅବସ୍ଥାରେ ହୋଟେଲ ମାଲିକଙ୍କୁ ପରିବାର ଲୋକେ ଉଦ୍ଧାର କରି ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗତ ୨୮ ସେପ୍ଟେମ୍ବରରେ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଆହାତ ବ୍ୟକ୍ତି ଶିବ ଦୟାଲ ଜୈନ । ଏହି ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଛି। ପୋଲିସ ଜଣେ ଯୁବକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି । ଯୁବକ ଜଣକ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ହୋଇଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଟିଟଲାଗଡରେ ସହରରେ ବୁଲୁଥିବା ବିନା ନମ୍ବର ପ୍ଲେଟ ବୋଲେରୋ ଗାଡିକୁ ନେଇ ସନ୍ଦେହ ହେବା ପରେ ଟିଟଲାଗଡ ପୋଲିସ ହତ୍ୟା ଷଡ଼ଯନ୍ତ୍ରରେ ସାମିଲକୁ ନେଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Dharitri — Odisha’s Most Trusted Odia Newspaper