୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ଟ୍ୟାଙ୍କରରୁ ଲିକେଜ ହେଉଥିବା ଦେଖି ଖଲ୍ଲିକୋଟ ପୋଲିସ ରାସ୍ତାର ଉଭୟ ପାଶର୍‌ବକୁ ବନ୍ଦ ରଖିଛନ୍ତି। ଫଳରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତାୟତ ବାଧାପ୍ରାପ୍ତ ହୋଇଛି। ଟ୍ୟାଙ୍କରଟି ଆନ୍ଧ୍ରର ବିଜୟ ନଗରମରୁ ଭୁବନେଶ୍ୱର ଆସୁଥିଲା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ବାହାର କରିବା ଏବଂ ସୁରକ୍ଷା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Share