ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ):୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଇଲେଭେନ କେଭି ବିଦ୍ୟୁତ ତାର ହଠାତ୍ ଛିଡି ପଡିଛି l ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା l ଫଳରେ ଯୁବକ ଜଣକ ଗାଡିରୁ ଛିଟିକି ପଡିଥିଲେ। ସେଠାରେ ଉପସ୍ଥିତ ଥିବା ପପି ମହାଙ୍ଗୁଡ଼ ଓ କାଳିଆ ତାଙ୍କୁ ସଙ୍ଗେ ସଙ୍ଗେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେ ସାମାନ୍ୟ ଆହତ ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଆଲୋଚନା ହେଉଛି l ଆହତ ଯୁବକ ଯୁବକ ହେଲେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ଥାନା ଅନ୍ତର୍ଗତ ବଜ୍ରକୋଟ ମୁନା ସାଗର ନାୟକ (୨୪ବର୍ଷ )ବୋଲି ଜଣାପଡିଛି l ମୁନା ନିଜ ଆପାଚୀ (ନ ଓଡ଼ି୦୭ଏବି୪୨୫୫) ବାଇକରେ ବ୍ରହ୍ମପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା l ଖବର ପାଇ ଗଞ୍ଜାମ ବିଦ୍ୟୁତ ସେକ୍ସନ କର୍ମଚାରୀ ବିଦ୍ୟୁତ ସରବରାହ ବନ୍ଦ କରି ଯୁଦ୍ଧକାଳୀନ ଭିତ୍ତିରେ ଛିଣ୍ଡି ଥିବା ତାର ସଜାଡ଼ିଥିଲେ। ଅନ୍ୟପଟେ ତାର ଛିଣ୍ଡିବା ପରେ ଦୁଇପାର୍ଶ୍ୱରେ ଗାଡି ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା l ଫଳରେ ବସ ଗୁଡିକ ସହର ଦେଇ ଯାତାୟାତ କରିଥିଲା l