ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ଗିରଫ

ଚଣ୍ଡିଗଡ,୧୦।୪: ପଞ୍ଜାବ ପୋଲିସକୁ ଏକ ବଡ ସଫଳତା ମିଳିଛି। ଖାଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ସିଂଙ୍କୁ ସୋମବାର ଗିରଫ କରାଯାଇଛି। ଅନ୍ୟପଟେ, ମାର୍ଚ୍ଚ ୧୮ରୁ ଫେରାର ଥିବା ଅମ୍ରିତପାଲଙ୍କୁ ପୋଲିସ ଖୋଜୁଛି।

ସୂଚନା ଅନୁଯାୟୀ, ପଞ୍ଜାବ ପୋଲିସ ସ୍ପେଶାଲ ସେଲ ସହାୟତାରେ ଏକ ବଡ ଅପରେଶନ ଜାରି ରଖିଥିଲା, ଯାହା ପରେ ପପଲପ୍ରୀତଙ୍କୁ ଗିରଫ କରାଯାଇଛି। ଗିରଫ ପରେ ପପଲପ୍ରୀତଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ପଞ୍ଜାବ ପୋଲିସ ମୁଖ୍ୟାଳୟକୁ ଅଣାଯାଉଥିବା ଜଣାପଡିଛି। ପୋଲିସ ଟିମ ସମେତ ଅନ୍ୟ ଏଜେନ୍ସିମାନେ କ୍ରମାଗତ ଭାବରେ ଅମୃତପାଲଙ୍କୁ ଖୋଜୁଛନ୍ତି। ତେବେ ପପଲପ୍ରୀତଙ୍କୁ ଗିରଫ କରାଯିବା ପରେ ଅମ୍ରିତପାଲ ଶୀଘ୍ର ଧରାପଡିବେ ବୋଲି ଆଶା କରାଯାଉଛି।