ମାତ୍ର ୨ ଟଙ୍କା ପାଇଁ କ୍ରିକେଟ ଟିମ୍‌ରେ ସାମିଲ ହେବାରୁ ବଞ୍ଚିତଥିଲେ ବିଗ୍‌ ବି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଲୋକପ୍ରି ଟିଭି ଶୋ’‘କୌନ ବନେଗା କରୋଡପତି’ର ୧୨ତମ ସିଜିନ୍‌ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ସାମ୍ମାକୁ ଆସିସାରିଛନ୍ତି। ଇତିମଧ୍ୟରେ ଶୋ’ର କେତୋଟି ଏପିସୋଡ୍‌ ପ୍ରସାରିତ ହୋଇସାରିଛି। ସବୁଥର ପରି ଏଥର ମଧ୍ୟ ବିଗ୍‌ ବି ତାଙ୍କ ଜୀବନ ସହ ଜଡିତ ମଜାଦାର କଥା ଶୋ’ ମାଧ୍ୟମରେ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି। ସେ କହିଛନ୍ତି, ଗୋଟିଏ ସମୟରେ ବିଗ୍‌ ବିଙ୍କ ଜୀବନରେ ମାତ୍ର ୨ ଟଙ୍କା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ୨ ଟଙ୍କା ପାଇଁ ସେ ନିଜ ସ୍କୁଲରେ କ୍ରିକେଟ ଟିମ୍‌ରେ ସାମିଲ ହୋଇପାରି ନ ଥିଲେ।
ବିଗ୍‌ ବି ସ୍କୁଲରେ ପାଠ ପଢ଼ିବା ସମୟରେ କ୍ରିକେଟ ଟିମ୍‌ରେ ସାମିଲ ହେବାକୁ ଚାହୁଁଥିଲେ। ଏଥିପାଇଁ ୨ ଟଙ୍କାର ଆବଶ୍ୟକତା ଥିଲା। ଏ ନେଇ ସେ ମା’ ତେଜି ବଚ୍ଚନଙ୍କୁ ଜଣାଇଥିଲେ। ମାତ୍ର ତାଙ୍କ ପାଖରେ ଟଙ୍କା ନ ଥିବା ମା’ କହିଥିଲେ। ଫଳରେ ବିଗ୍‌ ବି କ୍ରିକେଟ ଟିମ୍‌ରେ ସାମିଲ ହେବାରୁ ବଞ୍ଚିତଥିଲେ।