‘ମୁଁ ଯେତେବେଳେ ମ୍ୟାଚ୍‌ ଦେଖେ, ଭାରତ ହାରିଯାଏ’

ବମ୍ବେ: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଇସିସି ଟି୨୦ ବିଶ୍ୱକପ୍‌ ଜିତି ନେଇଛି। ପୁରା ଦେଶ ଏହି ବିଜୟକୁ ସେଲିବ୍ରେଟ୍‌ କରୁଥିବା ବେଳେ ବଲିଉଡର ସମସ୍ତ ସେଲିବ୍ରିଟି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ବିଗ୍‌ ବି ଅମିତାଭ ବଚ୍ଚନ କହିଛନ୍ତି, ସେ ଫାଇନାଲ ମ୍ୟାଚ୍‌ ଦେଖିନାହାନ୍ତି। କାରଣ ଯେତେବେଳେ ବି ସେ ମ୍ୟାଚ୍‌ ଦେଖନ୍ତି ଭାରତ ମ୍ୟାଚ୍‌ ହାରିଯାଏ। ତା’ ପରେ ମୁଣ୍ଡ ଖରାପ ହୋଇଯାଏ। ଦଳର ଖେଳାଳିଙ୍କ ଭଳି ଆଖିରେ ଲୁହ ଆସିଯାଏ ବୋଲି ବିଗ୍‌ ବି କହିଛନ୍ତି। ଏପରି କହିବା ସହ ସେ ଟି୨୦ ବିଶ୍ୱକପ୍‌ ଜିତିବା ଲାଗି ଦଳକୁ ସେ ଶୁଭେଚ୍ଛା ଜଣାଇଛନ୍ତି।

Share
Tags: Sports News