ମୁମ୍ବାଇ: ଗତ କିଛି ଦିନ ଧରି ଅମିତାଭ ବଚ୍ଚନଙ୍କ ପ୍ରତିଟି ପୋଷ୍ଟରେ ଭିନ୍ନ ପ୍ରତିକ୍ରିୟା ରଖୁଥିଲେ। ଫୋନ୍ରେ ସେମାନେ ତାଙ୍କ କଣ୍ଠସ୍ବର ଶୁଣି ଶୁଣି ଥକି ଗଲେଣି ବୋଲି କହୁଥିଲେ। ଏହାର ଜବାବ ଦେଇଥିଲେ ବିଗ୍ ବି। ମୋତେ ନୁହେଁ ବରଂ ସରକାରକୁ କୁହନ୍ତୁ, ସରକାର କହିଲେ ବୋଲି ମୁଁ କହିଛି ବୋଲି କହିଥିଲେ। ଏହାକୁ ନେଇ ଏବେ ସରକାର ବଡ଼ ଘୋଷଣା କରିଛନ୍ତି। କାରଣ ଏହି କଲର୍ ଟ୍ୟୁନ୍କୁ ବନ୍ଦ କରିଦିଆଯାଇଛି।
ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଟେଲିକମ୍ କମ୍ପାନୀମାନଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ଅମିତାଭଙ୍କ ଦମ୍ଦାର ସ୍ବରକୁ ବ୍ୟବହାର କରାଯାଇଥିଲା। ସେଥିରେ ସେ ବ୍ୟବହାରକାରୀଙ୍କୁ ନକଲି କଲ୍ ଏବଂ ଅନ୍ଲାଇନ୍ ଫ୍ରଡ୍ରୁ ରକ୍ଷା ପାଇବାକୁ କହୁଥିଲେ।
ମହତ୍ ଉଦ୍ଦେଶ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା, ହେଲେ ଏହା ଲୋକଙ୍କ ଅସୁବିଧାର କାରଣ ପାଲଟିଥିଲା। କାରଣ କୌଣସି ଏମରଜେନ୍ସିଂ ସମୟରେ ଏହା ପସନ୍ଦ ଆସୁ ନ ଥିଲା। ୪୦ ସେକେଣ୍ଡ ଲମ୍ବା ଏହି କଲର ଟ୍ୟୁନକୁ ବାରମ୍ବାର ଶୁଣି ଲୋକେ ଅସୁବିଧା ମନେ କରୁଥିଲେ। ସୋସିଆଲ ମିଡିଆରେ ଏହାର ଆଲୋଚନା କରାଯାଉଥିଲା। ଏହାପରେ ଇନ୍ଦୋରର ଜଣେ ପୂର୍ବତନ ବିଧାୟକ ସୁଦର୍ଶନ ଗୁପ୍ତା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ।
ସରକାର ଏହି କଲର ଟ୍ୟୁନ୍କୁ ସଚେତନ କରିବାକୁ ଉପଯୋଗ କରିଥିଲେ। ଏବେ ଏହି ଅଭିଯାନ ପୂରଣ ହୋଇଛି। ତେଣୁ ଏହାକୁ ହଟାଇବାକୁ ଆଦେଶ ଦିଆଯାଇଛି।