Categories: Home Leftଖେଳ

ଭାରତୀୟ ଦଳରେ ଅମିତ, ନିଲମ

ନୂଆଦିଲ୍ଲୀ, ୮।୭: ସ୍ପାନିଶ୍‌ ହକି ଫେଡେରେଶନର ଶତବାର୍ଷିକୀ ଉପଲକ୍ଷେ ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସ୍ପେନ୍‌ର ଟେରାସାଠାରେ ଚଳିତ ମାସ ୨୫ରୁ ୩୦ ପର୍ଯ୍ୟନ୍ତ ହେବାକୁ ଯାଉଛି। ଏଥିରେ ଆୟୋଜକ ସ୍ପେନ୍‌ ସମେତ ଭାରତ, ଇଂଲଣ୍ଡ ଓ ନେଦରଲାଣ୍ଡ୍ସ ଅଂଶଗ୍ରହଣ କରିବେ। ଏହି ଚତୁଃରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟ ପାଇଁ ଶୁକ୍ରବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୨ ଖେଳାଳି ଅମିତ ରୋହିଦାସ ଓ ନିଲମ ସଞ୍ଜୀପ ଖେସ୍‌ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାଟି ଚେନ୍ନାଇରେ ହେବାକୁଥିବା ବେଳେ ଆଗାମୀ ଏସିଆନ ଚାମ୍ପିୟନ୍ସ ଟ୍ରଫି ଏବଂ ହାଙ୍ଗ୍‌ଝୋଉ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତି ସ୍ବରୂପ ହେବ। ହରମନପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ ଭାବେ ଅପରିବର୍ତ୍ତିତ ରହିଥିବାବେଳେ ଚମତ୍କାରୀ ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂ ଉପ-ଅଧିନାୟକ ହୋଇଛନ୍ତି। ”ଆମେ ଯନତ୍ର ସହିତ ଏକ ସନ୍ତୁଳିତ ଦଳ ଚୟନ କରିଛୁ। ଏଥିରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ସମାହାର ରହିଛି। ଉଚ୍ଚସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକ ମଜଭୁତ ୟୁନିଟ ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ“ ବୋଲି ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ଗୋଲକିପର୍ସ: ଶ୍ରୀଜେଶ ପରାଟ୍ଟୁ ରବୀନ୍ଦ୍ରନ, କ୍ରିଶନ ପାଠକ।
ଡିଫେଣ୍ଡର୍ସ: ଜରମନପ୍ରୀତ ସିଂ, ନିଲମ ସଞ୍ଜୀପ ଖେସ୍‌, ମନପ୍ରୀତ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ (ଅଧିନାୟକ), ବରୁଣ କୁମାର, ସଞ୍ଜୟ।
ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂ (ଉପ-ଅଧିନାୟକ), ବିବେକ ସାଗର ପ୍ରସାଦ, ସୁମିତ, ନୀଳକାନ୍ତ ଶର୍ମା, ଶମଶେର ସିଂ, ରାଜକୁମାର ପାଲ୍‌।
ଫରଓ୍ବାଡର୍‌ସ: ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରଜନ୍ତ ସିଂ, ସୁଖଜିତ ସିଂ, ଅଭିଷେକ, ପଓ୍ବନଳ ଦିଲପ୍ରୀତ ସିଂ, ସିମରନଜିତ ସିଂ, କାର୍ଥି ସେଲଭାମ୍‌।