ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି। ନାରୀ ସୁରକ୍ଷିତ ହେଲେ ସମାଜ ସୁରକ୍ଷିତ ହେବାର ବାର୍ତ୍ତାକୁ ନେଇ ଗତ ୫ ମାସ ହେଲା ସେ ସାଇକେଲରେ ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରୁଛନ୍ତି। ଅମିତ ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ଥାନ ଉଦୟପୁରର ମହାରାଜା ବଂଶ ଦାୟାଦ ଲକ୍ଷ୍ୟରାଜ ସିଂଙ୍କୁ ସାକ୍ଷାତ କରିବା ସହିତ ସେମାନଙ୍କ ନିକଟରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି। ଅମିତଙ୍କ ଏପରି କାର୍ଯ୍ୟ ପାଇଁ ରଶ୍ମି ମୋଟର୍ସ ତରଫରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Dharitri – Odisha’s No.1 Odia Daily

Share