ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ ସେ ସମଗ୍ର ବ୍ଲକ ଅଞ୍ଚଳରେ ଜଣାଶୁଣା।ବିଜେଡ଼ି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କୁ ବ୍ଲକ ସଭାପତି ଭାବେ ମନୋନୀତ କରାଯାଇଛି। ନବ ନିଯୁକ୍ତ ବ୍ଲକ ସଭାପତି ରାଜ୍ୟ ସଭାପତି ଙ୍କ ସମେତ ବିଜେଡ଼ି ଗଞ୍ଜାମ ଜିଲା କାର୍ଯ୍ୟକାରୀ ସଭାପତି ଭଗବାନ ଗନ୍ତାୟତ,ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଧରାକୋଟ ରାଣୀ ସାହେବା ନନ୍ଦିନୀ ଦେବୀ,ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏବଂ ଜିଲା ଯୁବ ବିଜେଡ଼ି ସଭାପତି ନଚିକେତା ସ୍ବାଇଁ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share