ଆମେରିକାର ଘାତକ ବି-୨ ବମ୍ବର

ଓ୍ବାଶିଂଟନ୍‌,୨୩ା୬: ଇରାନ୍‌ର ୩ ଆଣବିକ କେନ୍ଦ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସକ୍ଷମ ହୋଇଥିବା ଆମେରିକାର ବି-୨ ବମ୍ବର ମିସୋରିଠାରୁ ଲଗାତର ୩୭ ଘଣ୍ଟା ଉଡ଼ାଣ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମିଶନକୁ ସଫଳ କରିଥିଲା। ଶନିବାର ବି-୨ ବମ୍ବରଗୁଡ଼ିକ ଗୁଆମ୍‌ ପାସିଫିକ୍‌ ଆଇଲାଣ୍ଡରେ ରହିଥିଲା। ୭ହଜାର ମାଇଲ ଅତିକ୍ରମ କରି ରବିବାର ଭୋର ସମୟରେ ଫର୍ଦ୍ଦୋ, ନତାଞ୍ଜ ଓ ଇଶ୍‌ଫାହାନ୍‌ ନ୍ୟୁକ୍ଲିୟର ସାଇଟ୍‌ରେ ପହଞ୍ଚତ୍ବା ପୂର୍ବରୁ ୬ଟି ଯାକ ବମ୍ବରରେ ଆକାଶରେ ଅନେକ ଥର ଇନ୍ଧନ ଭର୍ତ୍ତି କରାଯାଇଥିଲା। ଏହି ଏୟାରକ୍ରାଫ୍ଟ ଭୂତଳ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବା ପାଇଁ ଜିବିୟୁ-୫୭ ମାସିଭ୍‌ ଅର୍ଡନାନ୍ସ ପେନେଟ୍ରେଟର ଧାରଣ ସହ ଯାତ୍ରା କରିପାରିବା ଭଳି ଡିଜାଇନ୍‌ ହୋଇଛି। ଗୋଟିଏ ବି-୨ ବମ୍ବରର ମୂଲ୍ୟ ୨.୧ ବିଲିୟନ୍‌ ଡଲାର ହୋଇଥିବାରୁ ଏହାକୁ ବିଶ୍ୱର ଅନ୍ୟତମ ଦାମୀ ଫାଇଟର ଜେଟ୍‌ କୁହାଯାଏ। ଏହାର ଅପରେଟିଂ ଖର୍ଚ୍ଚ ଘଣ୍ଟା ପ୍ରତି ୧୫୦,୦୦୦ ଡଲାର। ଲଗାତର ୩୬ରୁ ୪୪ ଘଣ୍ଟା ପର୍ଯ୍ୟନ୍ତ ଏହା ମିଶନରେ ସାମିଲ ହୋଇ ଦୂରଗାମୀ ସ୍ଥଳକୁ ଟାର୍ଗେଟ କରିଥାଏ।

Share
Tags: B-2 bomber