ଆମେରିକାର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ମିଳିଲା ୨୩ହଜାର ପୁରୁଣା ମଣିଷ ପାଦଚିହ୍ନ

ଓ୍ବାଶିଂଟନ୍‌,୭।୧୦: ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ୨୩ହଜାର ପୁରୁଣା ମଣିଷ ପାଦ ଚିହ୍ନ ମିଳିଛି। ଏକ ଅଧ୍ୟୟନରେ କୁହାଯାଇଛି ଯେ ଆମେରିକାରେ ଏପର୍ଯ୍ୟନ୍ତ ମିଳିଥିବା ପୁରାତନ ମଣିଷର ଅଂଶବିଶେଷ ମଧ୍ୟରୁ ଏହା ଅନ୍ୟତମ। ଏହି ପାଦଚିହ୍ନଗୁଡିକ ସେହି ସମୟର ଶିକାରୀମାନଙ୍କର। ଜୀବଜନ୍ତୁଙ୍କର ଶିକାର ସମୟରେ ଏହି ପାଦଚିହ୍ନର ଅଂଶ ସେଠାରେ ରହିଯାଇଛି। ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ, ପାଦଚିହ୍ନ ଦ୍ୱାରା ବୟସ ନିର୍ଣ୍ଣୟ କରିବା ପାଇଁ ଏକାଧିକ ପଦ୍ଧତି ବ୍ୟବହାର କରାଯାଉଛି।