ଓ୍ବାଶିଂଟନ୍,୬।୮: ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଏବେ ବାକ ଯୁଦ୍ଧରେ ପରିଣତ ହୋଇଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଛନ୍ତି। ଲୁଲା ଡା ସିଲଭା କହିଛନ୍ତି ଯେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେବାକୁ ଆଗ୍ରହୀ ନୁହଁନ୍ତି ଏବଂ ସେ ତାଙ୍କୁ ଫୋନ କରିବେ ନାହିଁ। ଲୁଲା ଆହୁରି କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗଙ୍କ ସହ କଥା ହେବି। ଲୁଲା ଆକ୍ରମଣ କରିବା ସମୟରେ ସେହି ଦିନର କଥା କହିଥିଲେ ଯେତେବେଳେ ଆମେରିକା ବ୍ରାଜିଲ ଉପରେ ଭାରୀ ଟାରିଫ୍ ଲଗାଇଥିଲା। ସେ ଏହି ଦିନକୁ ଉଭୟଙ୍କ ସମ୍ପର୍କରେ ସବୁଠାରୁ ଦୁଃଖଦ ଦିନ ଭାବରେ ବର୍ଣ୍ଣନା କରିଥିଲେ।
ଆମେରିକା ବ୍ରାଜିଲ ଉପରେ ଅତିରିକ୍ତ ୪୦% ଟାରିଫ୍ ଲାଗୁ କରିଛି, ଯାହା ମୋଟ ୫୦%। ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି। ଲୁଲା କହିଛନ୍ତି ଯେ ବ୍ରାଜିଲ ନିଜର ବାଣିଜ୍ୟ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ସମେତ ସମସ୍ତ ଉପଲବ୍ଧ ଫୋରମ ବ୍ୟବହାର କରିବ। ପୂର୍ବରୁ, ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଲୁଲା ’ଯେକୌଣସି ସମୟରେ ଫୋନ କରି ବାଣିଜ୍ୟ ବିଷୟରେ କଥା ହୋଇପାରିବେ’। ବ୍ରାଜିଲର ଅର୍ଥମନ୍ତ୍ରୀ ଫର୍ଣ୍ଣାଣ୍ଡୋ ହଦାଦ ମଧ୍ୟ ଏହି ପଦକ୍ଷେପକୁ ସ୍ବାଗତ କରିଥିଲେ ଏବଂ କହିଥିଲେ ଯେ ଲୁଲା ଏପରି ଆଲୋଚନା ପାଇଁ ପ୍ରସ୍ତୁତ। କିନ୍ତୁ ଲୁଲା ସ୍ପଷ୍ଟ କରିଛନ୍ତି କି ସେ ଆଲୋଚନା ଆରମ୍ଭ କରିବେ ନାହିଁ।