ବିଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

ଓ୍ବାଶିଂଟନ,୮।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ପରସ୍ପର ମଧ୍ୟରେ ପ୍ରତିଯୋଗୀତା ସେତେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ ବିପକ୍ଷ କରୋନା ଟିକାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ କରୋନା ଭାଇରସ ଭ୍ୟାକ୍ସିନକୁ ନେଇ ଉଠିଥବା ଝଡ ମଧ୍ୟରେ ଟ୍ରମ୍ପ ଡେମେକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ ଓ ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ କମଲା ହ୍ୟାରିସଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ ଟ୍ରମ୍ପ ବିଡେନଙ୍କୁ ମୂଢ ବୋଲ ମଧ୍ୟ କହିଛନ୍ତି। ସେ କହିଛନ୍ତି ବିଡେନ ଓ କମଲା କରୋନା ଭ୍ୟାକ୍ସିନକୁ ନେଇ ଆମେରିକାବାସୀଙ୍କ ମନରେ ଯେଉଁ ଭୁଲ ଧାରଣ ସୃଷ୍ଟି କରିଛନ୍ତି ସେଥିପାଇଁ ସେମାନେ କ୍ଷମା ମାଗିବା ଦରକାର। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଡେମୋକ୍ରାଟିକ ପ୍ରାର୍ଥୀ ବିଡେନ ଚାଇନା ଭାଇରସ ପାଖରେ ଦେଶକୁ ଆତ୍ମ ସମର୍ପଣ କରିବାକୁ ଚାହୁଁଛନ୍ତି।