‘ଆମେ ଭାରତ ସହ ଛିଡ଼ା ହୋଇଛୁ’

ଓ୍ବାଶିଂଟନ,୪।୨: ଚାଇନାର ଆକ୍ରୋଶ ବିରୋଧରେ ଭାରତ ସହ ଛିଡ଼ା ହୋଇଛି ଆମେରିକା। ୨୦୨୦ରେ ଗଲଓ୍ବାନ ଘାଟିରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା ପିଏଲ୍‌ଏ ସୈନ୍ୟଙ୍କୁ ଚାଇନା ଓ୍ବିଣ୍ଟର ଅଲିମ୍ପିକ୍ସ ଲାଗି ଟର୍ଚ ଧାରୀ ଭାବେ ଚୟନ କରିବାରୁ ଅନେକ ଆମେରିକୀୟ ସିନେଟର ସମାଲୋଚନା କରିଛନ୍ତି।

“ଯେତେବେଳେ ଭାରତ-ଚାଇନା ସୀମା ବିବାଦ କଥା ଉଠେ, ଆମେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଚାହୁଁ। ବେଜିଂ ତା’ର ପଡ଼ୋଶୀ ଦେଶଙ୍କୁ ଭୟଭୀତ କରିବା ପାଇଁ ଏଭଳି ଢାଞ୍ଚା ଆପଣାଉଥିବା ଆମେ ପୂର୍ବରୁ ଜଣାଇଥିଲୁ। ଆମେ ପୂର୍ବ ଭଳି ବନ୍ଧୁ ସହ ଛିଡ଼ା ହୋଇଛୁ” ବୋଲି ଦେଶର ଗୃହ ବିଭାଗ ପ୍ରଭକ୍ତା ନେଡ୍‌ ପ୍ରାଇସ୍‌ କହିଛନ୍ତି।

ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ରେଜିମେଣ୍ଟାଲ କମାଣ୍ଡର କ୍ୱି ଫାବାଓ ଓ୍ବିଣ୍ଟର ଅଲିମ୍ପିକ୍ସ ଟର୍ଚ ରାଲିରେ ସାମିଲ କରାଯାଇଥିଲା। ଚାଇନାର ଏହି ନିଷ୍ପତ୍ତିକୁ ପ୍ରବଳ ସମାଲୋଚନା କରିଥିଲେ ପୂର୍ବରୁ ଦୁଇ ବରିଷ୍ଠ ସିନେଟର।