NEW YORK, NEW YORK - MAY 03: Bill Gates discusses his new book 'How To Prevent The Next Pandemic' onstage at 92Y on May 03, 2022 in New York City. (Photo by Michael Loccisano/Getty Images)
ଓ୍ବାଶିଂଟନ୍,୧୧।୫: ମାଇକ୍ରୋସଫ୍ଟର କୋ-ଫାଉଣ୍ଟର ତଥା ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ବିଲ ଗେଟ୍ସ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ବୁଧବାର ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ବିଲ୍ ଗେଟ୍ସ ନିଜକୁ ଆଇସୋଲେଟ କରି ନେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନରୁ ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ବିଲ୍ ଗେଟ୍ସ ନିଜର ଯାଞ୍ଚ କରାଇଥିଲେ। ତେବେ ବୁଧବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ଆସିବା ପରେ ସେ ଆଇସୋଲେଶନ୍ରେ ଅଛନ୍ତି। ଯେପର୍ଯ୍ୟନ୍ତ ସୁସ୍ଥ ନ ହୋଇଛନ୍ତି ସେପର୍ଯ୍ୟନ୍ତ ସେ ଆଇସୋଲେସନରେ ରହିବେ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ସମସ୍ତ ନିୟମ ପାଳନ କରୁଛନ୍ତି ବୋଲି ବିଲ୍ ଗେଟ୍ସ କହିଛନ୍ତି। ସୂଚନାଯୋଗ୍ୟ, ବିଲ୍ ଗେଟ୍ସ ପୂର୍ବରୁ କରୋନାର ଟିକା ନେଇ ସାରିଥିବା ବେଳେ ନିକଟରେ ସେ ବୁଷ୍ଟର ଡୋଜ ମଧ୍ୟ ନେଇସାରିଛନ୍ତି। ଏହା ସତ୍ତ୍ୱେ ବି ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ଆଉ ଏକ ଟୁଇଟରେ ସେ କହିଛନ୍ତି, ଗତ ୨ବର୍ଷ ପରେ ପ୍ରଥମ ଥର ବୁଧବାର ଗେଟ୍ସ ଫାଉଣ୍ଡେସନ୍ର ଟିମ୍ ଏକାଠି ହେବାକୁ ଯାଉଛନ୍ତି। ମୁଁ ଭାଗ୍ୟଶାଳୀ ଯେ, ସମସ୍ତଙ୍କୁ ଦେଖିବାର ସୋଭାଗ୍ୟ ଅର୍ଜନ କରିବା ସହ କଠିନ ପରିଶ୍ରମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ମୋତେ ସୁଯୋଗ ମିଳିଛି। ଆମେ ସହଭାଗୀଦାରିଙ୍କ ସହ ମିଶି କାର୍ଯ୍ୟ ଜାରି ରଖିବା ସହ କରୋନା ମହାମାରୀ ଯୁଦ୍ଧକୁ ହରାଇବୁ ବୋଲି ବିଲ୍ ଗେଟ୍ସ କହିଛନ୍ତି।