ମରିଗଲାଣି ଏମାନଙ୍କ ମାନବିକତା: ୪ କିଲୋମିଟର ରାସ୍ତା ପାଇଁ ଆମ୍ବୁଲାନ୍ସ ଭଡ଼ା ନେଲା ୧୦,୦୦୦ ଟଙ୍କା, ଲୋକେ କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ନ ପାଇ ଅନେକ ପ୍ରାଣ ହରାଉଛନ୍ତି। ଗୋଟିଏ ପଟେ କିଛି ଲୋକ ସହାୟତା ପାଇଁ ଆଗକୁ ଆସୁଥିବା ବେଳେ କିଛି ଏହି ସମୟରେ ଫାଇଦା ଉଠାଇବାକୁ ବି ପଛାଉ ନାହାନ୍ତି। ଦିଲ୍ଲୀରୁ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ଏକ ଆମ୍ବୁଲାନ୍ସ ଚାଳକ ୪ କିଲୋମିଟର ରାସ୍ତା ପାଇଁ ୧୦ହଜାର ଟଙ୍କା ଭଡ଼ା ଦାବି କରିଥିଲେ। ଏହାର ବିଲ୍‌ର ଏକ ଫଟୋ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟୁଇଟ୍‌ କରିଛନ୍ତି।

ଦିଲ୍ଲୀର ପୀତମପୁରାରୁ ଫୋର୍ଟିସ ଡାକ୍ତରଖାନା(୪ କିମି ଦୂର)କୁ ନେବା ପାଇଁ ରୋଗୀଙ୍କୁ ଡିକେ ଆମ୍ବୁଲାନ୍ସ ସେବା ପକ୍ଷରୁ ୧୦ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ସେ ତାହା ହିଁ କରିଥିଲେ। ଦୁଃଖର ଏଭଳି ସମୟରେ ନିଜ ଲାଭ ବିଷୟରେ ଭାବି ଏଭଳି ବ୍ୟବହାର କରିବାକୁ ଅନେକ ନାପସନ୍ଦ କରିଛନ୍ତି। ଲୁଟିବା ପାଇଁ ଶେଷକୁ ଆମ୍ବୁଲାନ୍ସ ଯୋଗାଉଥିବା ଲୋକ ପଛରେ ନାହାନ୍ତି ବୋଲି ଅନେକ କହିଥିବା ବେଳେ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ କିଛି ପ୍ରତିକ୍ରିୟା ଦେଇଛନ୍ତି।