ମହାକୁମ୍ଭରେ ବୁଡ଼ ପକାଇଲେ ଅମ୍ବାନୀ ପରିବାରର ୪ ପିଢ଼ି

ମୁମ୍ବାଇ,୧୨।୨ (ଅଭୟ ଦାଶ): ଦୀର୍ଘ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ‘ମହାକୁମ୍ଭ’ (କୁମ୍ଭ ମେଳା) ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଅମ୍ବାନୀ ପରିବାରର ୪ ପିଢ଼ି ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ଏହି ଅବସରରେ ମୁକେଶ ଅମ୍ବାନୀ, ତାଙ୍କ ମାଆ, ପୁଅ ଏବଂ ନାତିନାତୁଣୀମାନେ ମଙ୍ଗଳବାର ବୁଡ଼ ପକାଇଛନ୍ତି।
ମୁକେଶ ଅମ୍ବାନୀଙ୍କ ସହ ମାଆ କୋକିଲାବେନ୍‌, ପୁଅ ଆକାଶ,ଅନନ୍ତ, ବୋହୂ ଶ୍ଲୋକା, ରାଧିକା ଏବଂ ନାତିନାତୁଣୀ ପୃଥିବୀ, ବେଦଙ୍କ ସମେତ ମୁକେଶଙ୍କ ଭଉଣୀ ଦୀପ୍ତି ସାଲଗାଓକର ଏବଂ ନୀନା କୋଠାରୀ ଏକାଠି ସ୍ନାନ କରିଥିଲେ।
ଏପରିକି ଅମ୍ବାନୀଙ୍କ ଶାଶୁ ପୁନମବେନ୍‌ ଦଲାଲ ଏବଂ ଭଉଣୀ ମମତାବେନ୍‌ ଦଲାଲ ମଧ୍ୟ ସାମିଲଥିଲେ।
ଗଙ୍ଗା, ଯମୁନା ଏବଂ ସରସ୍ବତୀର ପବିତ୍ର ଜଳର ସଙ୍ଗମସ୍ଥଳରେ ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରାରେ ଅମ୍ବାନୀ ପରିବାରର ଚାରି ପିଢ଼ି ବହୁ ଲକ୍ଷ ଲୋକଙ୍କ ସହିତ ଯୋଗଦେଇ ସ୍ନାନ କରିଥିଲେ।
ସେହିଭଳି ନିରଞ୍ଜନୀ ଆଖଢାର ସ୍ବାମୀ କୈଳାସାନନ୍ଦ ଗିରି ଗଙ୍ଗାପୂଜା କରିଥିଲେ। ଏହା ପରେ ଅମ୍ବାନୀ ପରମାର୍ଥ ନିକେତନ ଆଶ୍ରମର ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କୁ ଭେଟିଥିଲେ। ପରିଶେଷରେ ଆଶ୍ରମର ଅନ୍ତବୋସୀଙ୍କୁ ଅମ୍ବାନୀ ପରିବାର ମିଠା ଏବଂ ଲାଇଫ୍‌ ଜ୍ୟାକେଟ୍‌ ବଣ୍ଟନ କରିଥିଲେ।