ଅମ୍ବଲାରେ ରାଜଶ୍ରୀର ଏକ୍ସକ୍ଲୁସିଭ ଆଉଟଲେଟ୍‌

ନୂଆଦିଲ୍ଲୀ,୧୧।୨: ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡର ସହାୟକ ସଂସ୍ଥା ତଥା ଗାର୍ମେଣ୍ଟସ ବ୍ରାଣ୍ଡ୍‌ ‘ରାଜଶ୍ରୀ’ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ପଞ୍ଜାବର ଅମ୍ବଲା ସହରସ୍ଥିତ ପୂଜା କମ୍ପ୍ଲେକ୍ସରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟବସାୟୀ ସଞ୍ଜୀବ ଜୁନେଜାଙ୍କ ସମେତ ଗୀତିକାର ଯଶବୀର ଜସୀ ଏବଂ ରାଧିକା ଚିମା ଓ ସରଗମ ଚାଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
ଅପରପକ୍ଷରେ ଉଭୟ ବର ଓ କନ୍ୟାଙ୍କ ପାଇଁ ଆକର୍ଷଣୀୟ ଡିଜାଇନ ସହିତ ବ୍ୟାପକ ରେଞ୍ଜରର ଲେହଙ୍ଗା ଏବଂ ବିବାହ ପୋଷାକ ଓ ସମସ୍ତ ପ୍ରକାରର ପରିଧାନ ଉପଲବ୍ଧ।
ଏ ସମ୍ପର୍କରେ ରାଜଶ୍ରୀର ସଞ୍ଚାଳକ ରାଧିକା ଚିମା କହିଥିଲେ, ଏହି ଆଉଟଲେଟ ସ୍ବତନ୍ତ୍ର ଭାବେ ଉଭୟ ବର ଓ କନ୍ୟାଙ୍କ ପାଇଁ ଡିଜାଇନ କରାଯାଇଛି। ଏଠାରେ ସମସ୍ତ ପ୍ରକାରର ବିବାହ ପୋଷାକ ଏବଂ ଡିଜାଇନର ଲେହେଙ୍ଗା ଆଦି ଉପଲବ୍ଧ। ବିଶେଷ ଏହା ଆମ ଦୁଇ ବନ୍ଧୁ (ରାଧିକା ଏବଂ ସରଗମ) ଙ୍କ ମାନସ ସନ୍ତାନ ହୋଇଥିଲାବେଳେ ଆମ ଦୁଇଜଣଙ୍କର ଚିନ୍ତାଧାରା ଏବଂ ସରଗମର କଳା ଓ କାରିଗରି (ଆର୍ଟ ଆଣ୍ଡ କ୍ରିଏଟିଭ) ସହିତ ପୋଷାକ କ୍ଷେତ୍ରରେ ବିଶେଷ ଅଭିଜ୍ଞତାରୁ ଏହାର ଅୟମାରମ୍ଭ ହୋଇଛି ବୋଲି ରାଧିକା ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।