ଡାଳିମ୍ବ ଏଭଳି ଏକ ଫଳ ଯାହା ବର୍ଷସାରା ମିଳିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଲାଭଦାୟୀ। ଏଥିରେ ୮୫% ଜଳ, ୧୦% ସର୍କରା ଏବଂ ୫% ଅନ୍ୟ ପୋଷକତତ୍ତ୍ୱ ରହିଥାଏ। ପ୍ରତ୍ୟେହ ଗୋଟିଏ ଡାଳିମ୍ବ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ରକ୍ତରେ ଶର୍କରା ନର୍ମାଲ ରହିଥାଏ। କୋଲେଷ୍ଟରଲ ନର୍ମାଲ କରିବାରେ ମଧ୍ୟ ଏହା ବେଶ ଉପଯୋଗୀ ଥାଏ। ହୃଦୟକୁ ମଧ୍ୟ ଏହା ସୁସ୍ଥ ରଖେ। କିଛି ଏହାକୁ ଥଣ୍ଡା ହେବା ଭୟରେ ଖାଇ ନ ଥାନ୍ତି। ତେବେ ଆସନ୍ତୁ ଜାଣିବା ଆପଣ ଡାଳିମ୍ବ କିଭଳି ଉପାୟରେ ସେବନ କରିବେ…
ଡାକ୍ତରଙ୍କ ମତରେ ଯଦି ଆପଣ ଡାଳିମ୍ବକୁ ଫ୍ରିଜରେ ରଖି ଖାଇବେ ତେବେ ଲାଭ ବଦଳରେ କ୍ଷତି ହେବ। ସକାଳ ଜଳଖିଆ ପୂର୍ବରୁ ଏହାକୁ ଗରମ କରି ଖାଆନ୍ତୁ। ଲାଭବାନ ହେବେ। ଏଥିପାଇଁ ଗୋଟିଏ ପାତ୍ରରେ ଜଳ ଫୁଟାଇ ନିଅନ୍ତୁ ଏବଂ ଗ୍ୟାସ୍ରୁ ଓହ୍ଲାଇ ଦିଅନ୍ତୁ। ଏବେ ସେହି ଗରମ ପାଣିରେ ଡାଳିମ୍ବ ରଖନ୍ତୁ। ଯେତେବେଳେ ପାଣି ଥଣ୍ଡା ହୋଇଯିବ ଏବଂ ଡାଳିମ୍ବ ଭିତରୁ ସିଝିଯିବ। ତାର ଦାନାଗୁଡ଼ିକୁ ବାହାର କରି ନିଅନ୍ତୁ। ପରେ ଏହାକୁ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ହୃଦୟ ସହ ଯକୃତ ସୁସ୍ଥ ରହିବ। ମନ ଶାନ୍ତ ସହ ଚିଡଚିଡାପଣ ଦୂର ହୋଇଯିବ। ତେବେ ଗରମ ଦିନରେ ଆପଣ ଡାଳିମ୍ବକୁ ଫ୍ରିଜରେ ନ ରଖି ବାହାରେ ରଖି ଖାଆନ୍ତୁ। ଖାଲି ପେଟରେ ଏହାକୁ ଖାଆନ୍ତୁ। ଲାଭ ମିଳିବ।
ଲାଭ:
ଡ଼ାଳିମ୍ବରେ ଫାଇବର, ଭିଟାମିନ ସି, ପୋଟାସିୟମ ଭରପୂର ଥାଏ। ଏହାର ନିୟମିତ ସେବନ ଦ୍ୱାରା ବ୍ଲଡ ପେସର ନର୍ମାଲ ରହିଥାଏ। ଏହା ରକ୍ତରେ ଶର୍କରା ସ୍ତରକୁ କଣ୍ଟ୍ରୋଲ କରିଥାଏ। କୋଲେଷ୍ଟରଲ କଣ୍ଟ୍ରୋଲ କରିବା ସହ ହୃଦୟ ସ୍ବାସ୍ଥ୍ୟକୁ ଭଲ ରଖିଥାଏ। ଭିଟାମିନ ସି ଏବଂ ପୋଲିଫିନୋଲ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ ଏଥିରେ ଭରପୂର ଥାଏ। ଏହା ଭୋକକୁ କଣ୍ଟ୍ରୋଲ କରିଥାଏ। ଏଭଳି ଭାବେ ୧୦୦ ରୋଗରୁ ଏହା ରକ୍ଷା କରିଥାଏ।